BREAKING NEWS
  • Benifits of Yoga For Healthy Life || Which Phone Do you have ? || The UK is the first country in the world: after 10 years, only electric cars will run here ||Ana Nello The Instagram Beauty Takes Her Great Shot at the Music Industry || Google proclaim for new Nest Cam listing this year || NASA's new space telescope set to unravel special experiences of the Big Bang |

ମୂରାରୀଲାଲ ଜଲାନ ଓ କାର୍ଲୋକ କ୍ୟାପିଟାଲ କନସୋର୍ଟିୟମ ହେବେ ଜେଟ୍ ଏୟାରୱେଜ୍‌ର ନୂଆ ମାଲିକ |

 ନୂଆଦିଲ୍ଲୀ ୧୭।୧୦: ବ୍ରିଟେନର କାର୍ଲୋକ କ୍ୟାପିଟାଲ ଓ ୟୁଏଇ ଏଣ୍ଟରପ୍ରିନିୟର ମୂରାରୀଲାଲ ଜଲାନଙ୍କ କନସୋର୍ଟିଅମ ହେବେ ଜେଟ୍ ଏୟାରୱେଜ୍‌ର ନୂଆ ମାଲିକ।  ବିମାନ କମ୍ପାନୀକୁ ଋଣଦାନ କରିଥିବା କ୍ରେଡିଟର୍ସ କମିଟି (ସିଓସି) କନସର୍ଟିୟମକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରାୟ ୧ ବର୍ଷ ପୂର୍ବେ ଫଣ୍ଡ ଅଭାବରୁ ଜେଟ୍ ଏୟାରୱେଜ ଅପରେସନ ବନ୍ଦ ହୋଇଯାଇଛି। ଏୟାରଲାଇନ୍ସ ଋଣଦାତାଙ୍କ ଦ୍ୱାରା ନିଯୁକ୍ତ ରିଜଲ୍ୟୁସନ ପ୍ରଫେସନାଲ ଆଶିଷ ଛଛରିଆ ଏ ନେଇ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚିତ କରିଛନ୍ତି। ସେ ଦେଇଥିବା ସୂଚନା ଅନୁସାରେ ଏଥିଲାଗି ଅକ୍ଟୋବର ୧୭ରେ ଇ-ଭୋଟିଂ ଶେଷ ହୋଇଥିବା ବେଳେ କମିଟି ଅଫ କ୍ରେଡିଟର୍ସ ମୂରାରୀଲାଲ ଜଲାନ ଓ ଫ୍ଲୋରିଏନ ଫ୍ରିଟିସ୍ ଙ୍କ ପ୍ରସ୍ତାବକୁ ମଞ୍ଜୁର କରିଥିବା କହିଛନ୍ତି।



ଜେଟ୍ ଏୟାରଲାଇନ୍ସ ଲାଗି ମୂରାରୀଲାଲ ଜଲାନ ଓ କାର୍ଲୋକ କ୍ୟାପିଟାଲ କନସୋର୍ଟିୟମ ବୋଲି ଲଗାଇଥିଲେ। ଏହି କନସୋର୍ଟିୟମ ବାଦେ ହରିୟାଣାର ଫ୍ଲାଇଟ୍ ସିମୁଲେସନ ଟେକନିକ୍ ସେଣ୍ଟର, ମୁମ୍ବାଇର ବିଗ୍ ଚାର୍ଟର ଓ ଆବୁଧାବୀର ଇମ୍ପେରିୟାଲ କ୍ୟାପିଟାଲ ଇନଭେଷ୍ଟମେଣ୍ଟସ  ମଧ୍ୟ ଆଗ୍ରହୀ ଥିଲେ। ତେବେ ବୋଲି ଚୂଡାନ୍ତ ହୋଇଥିବା ବେଳେ ଋଣରେ ବୁଡି ଦେବାଳିଆ ହୋଇଯାଇଥିବା ଜେଟ୍ ଏୟାର ଏୟାରୱେଜ୍  ପୁଣି ଆକାଶରେ ଉଡିବା ଏବେ ସ୍ପଷ୍ଟ ହୋଇଯାଇଛି। ଏପ୍ରିଲ ୨୦୧୯ରୁ ଜେଟ୍ ଏୟାର ୱେଜର ସଞ୍ଚାଳନ ବନ୍ଦ ହୋଇଯାଇଥିଲା।

No comments